Categories: ଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟର ଘୋଷଣା, ସ୍ଥାପନ ହେବ ୨୧ ନୂଆ ସୈନିକ ସ୍କୁଲ…

ନୂଆଦିଲ୍ଲୀ, ୨୬।୩ : ଦେଶରେ ୨୧ ନୂଆ ସୈନିକ ସ୍କୁଲ ସ୍ଥାପନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସବୁ ଘରୋଇ ସ୍କୁଲ୍‌, ଏନ୍‌ଜିଓ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟ କରିବ। ଦେଶବ୍ୟାପି ଏହି ସ୍କୁଲଗୁଡ଼ିକ ଖୋଲାଯିବ। ସମ୍ପ୍ରତି କାର୍ଯ୍ୟ କରୁଥିବା ସୈନିକ ସ୍କୁଲ୍‌ ଗୁଡ଼ିକଠାରୁ ଏଗୁଡ଼ିକ ଭିନ୍ନ ହେବ।

ନୂଆ ଶିକ୍ଷାନୀତି ଅନ୍ତର୍ଗତ ଦେଶରେ ୧୦୦ଟି ସୈନିକ ସ୍କୁଲ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହା କାର୍ଯ୍ୟକାରୀ ହେବ। ଏସବୁ ସ୍କୁଲଗୁଡ଼ିକରେ ଗୁଣବତ୍ତାଯୁକ୍ତ ଶିକ୍ଷା, ସୈନ୍ୟ ବାହିନୀରେ ଯୋଗଦେବାର ସୁଯୋଗ ମଧ୍ୟ ମିଳିବ। ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଯୋଗଦାନକୁ ଏହା ସୁନିଶ୍ଚିତ କରାଇବ।

ସୂଚନାଯୋଗ୍ୟ,ଦେଶରେ ଥିବା ସୈନିକସ୍କୁଲ ଗୁଡ଼ିକରେ ୨୦୨୨-୨୩ଠାରୁ ବାଳିକାମାନଙ୍କୁ ମଧ୍ୟ ନାମ ଲେଖାଇବାର ସୁଯୋଗ ମିଳିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।

Share