Categories: ଜାତୀୟ

ଗୁପ୍ତଚର ବୃତ୍ତି: ବହିର୍ବ୍ୟାପାର ମନ୍ତ୍ରଣାଳୟ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୯।୧୧: ବହିର୍ବ୍ୟାପାର ମନ୍ତ୍ରଣାଳୟରେ ନିୟୋଜିତ ଥିବା ଜଣେ ଡ୍ରାଇଭରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଭବନରୁ ଗିରଫ କରାଯାଇଛି। ଅର୍ଥ ବଦଳରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ଜଣେ ପାକିସ୍ତାନୀଙ୍କୁ ହସ୍ତାନ୍ତର କରୁଥିଲେ। ପାକିସ୍ତାନୀ ମହିଳା ଜଣକ ନିଜକୁ ପୁନମ୍‌ ଶର୍ମା ଓରଫ ପୂଜା ପରିଚୟ ଦେଇ ଡ୍ରାଇଭରଙ୍କୁ ହନିଟ୍ରାପ୍‌ରେ ଫସାଇଥିଲେ ବୋଲି ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ସୂତ୍ରରୁ କୁହାଯାଇଛି।

Share