Categories: ଜାତୀୟ

ଯକ୍ଷ୍ମାର ନୂତନ ଚିକିତ୍ସାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ

ନୂଆଦିଲ୍ଲୀ,୬ା୯: ବିଭିନ୍ନ ଔଷଧ ପ୍ରତିରୋଧୀ ଯକ୍ଷ୍ମା (ଏମ୍‌ଡିଆର୍‌-ଟିବି)ର ଏକ ନୂତନ ଚିକିତ୍ସା ପଦ୍ଧତି ବିପିଏଏଲ୍‌ଏମ୍‌କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ (ଏନ୍‌ଟିଇପି) ଅଧିନରେ ଏହି ପ୍ରଭାବଶାଳୀ ତଥା ସ୍ବଳ୍ପ ଚିକିତ୍ସା ବିକଳ୍ପ କାର୍ଯ୍ୟକାରୀ କରାଯିବ।

ଏଥିରେ ନୂଆ ଆଣ୍ଟି-ଟିବି ଔଷଧ ପ୍ରିଟୋମାନିଡ୍‌ ସହ ବେଡାକ୍ୱିଲିନ, ଲିନେଜୋଲିଡ୍‌ ଏବଂ ମୋକ୍ସିଫ୍ଲକ୍ସାସିନ ରହିଛି। ପୂର୍ବରୁ ପ୍ରିଟୋମାନିଡ୍‌କୁ ଭାରତରେ ବ୍ୟବହାର ପାଇଁ ଅନୁମୋଦନ ଓ ଲାଇସେନ୍ସ ମିଳିଥିଲା। ଏହା ପୂର୍ବ ଔଷଧ ତୁଳନାରେ ଅଧିକ ସୁରକ୍ଷିତ, ପ୍ରଭାବୀ ଏବଂ ଶୀଘ୍ର ଆରୋଗ୍ୟ କରିବ ବୋଲି ମନ୍ତ୍ରଣାଳୟ କହିଛି।

Share