Categories: ଜାତୀୟ

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି ଆପଣ ମଧ୍ୟ ଏହିପରି କୌଣସି ମେସେଜ୍‌ ପାଆନ୍ତି, ଦୟାକରି ଏଥିରେ କ୍ଲିକ କରନ୍ତୁ ନାହିଁ।

ଏନେଇ ବାରମ୍ବାର ସତର୍କ ସୂଚନା ପ୍ରତି ମୋବାଇଲ୍‌ ୟୁଜରଙ୍କ ପାଖକୁ କଠାଯାଉଛି। କାରଣ ସେହି ଗୋଟିଏ ଲିଙ୍କରେ କ୍ଲିକ କରିବା ଦ୍ୱାରା, ୟୁଜରଙ୍କ ଆକାଉଣ୍ଟ୍‌ରୁ ଜମା ହୋଇଥିବା ପୁଞ୍ଜି କିଛି ସମୟ ମଧ୍ୟରେ ଖାଲି ହୋଇଯାଉଥିବାର ଅଭିଯୋଗ ହେଉଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସାଇବର ସେଲ ପକ୍ଷରୁ ମଧ୍ୟ ଏହି ବିଷୟରେ ଏକ ସତର୍କ ସୂଚନା ଜାରି ହୋଇଛି।

ସାଇବର ଅପରାଧୀମାନେ ସର୍ବଦା ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜୁଛନ୍ତି। ୟୁଜରଙ୍କ ସହ କିପରି ଯୋଗାଯୋଗ କରିବାକୁ ହେବ ତାହା ସାଇବର ଅପରାଧୀମାନେ ଜାଣିଛନ୍ତି। ସେମାନେ ୟୁଜରଙ୍କୁ ଏକ ଅଜ୍ଞାତ ନମ୍ବରରୁ ଏକ ବାର୍ତ୍ତା ପଠାଇଥାନ୍ତି। ଯାହାକି ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ବେଳେବେଳେ ୟୁଜର ଏହାକୁ ତାଙ୍କର ଘନିଷ୍ଠ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ମେସେଜ୍‌ ବୋଲି ଭାବିଥାନ୍ତି। ବେଳେବେଳେ ଲୋଭ ବଶତଃ ବ୍ୟକ୍ତିଗତ ସୂଚନା, ବ୍ୟାଙ୍କ ବିବରଣୀ, ପ୍ୟାନ କାର୍ଡ ନମ୍ବର, ଆଧାର କାର୍ଡ ନମ୍ବର କିମ୍ବା କୌଣସି ଓଟିପି ଶେୟାର କରିଥାନ୍ତି। ତେବେ ଏଭଳି ନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। କୌଣସି ସନ୍ଦେହଜନକ ଲିଙ୍କରେ ନିଜକୁ କ୍ଲିକ ନକରିବା ଆବଶ୍ୟକ। ସାଇବର ସେଲରୁ ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡ଼ିଆ ସାଇଟରୁ ଏଭଳି ବହୁ ଅଭିଯୋଗ ଆସୁଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି।

Share