Categories: ଜାତୀୟ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲା ୨୦୨୦-୨୧ ବାର୍ଷିକ ରିପୋର୍ଟ, ସିଏଏ-ମାଓବାଦୀ ହିଂସା- ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା…

ନୂଆଦିଲ୍ଲୀ, ୨୭।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ ଜାରି ହୋଇଛି। ଏଥିରେ ସିଏଏ, ମାଓବାଦୀ ହିଂସା ହ୍ରାସ, ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ସହିତ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ୨୦୧୯ରେ ସିଏଏ ଗଠନ ହୋଇଥିଲା କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଯେଉଁମାନେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତନାର ସମ୍ମୁଖୀନ ହୋଇ ଭାରତ ପଳାଇ ଆସିଛନ୍ତି, ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ।

ସେହିପରି ରିପୋର୍ଟରେ ମାଓବାଦୀ ହିଂସା କମ୍‌ ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ୨୦୧୩ ବର୍ଷ ତୁଳନାରେ, ୨୦୨୦ ବର୍ଷରେ, ମାଓବାଦୀ ହିଂସାରେ ୪୧ ପ୍ରତିଶତ ହ୍ରାସ ଘଟିଥିବାବେଳେ ଏହା ଯୋଗୁ ମୃତ୍ୟୁ ଘଟଣା ୫୪ ପ୍ରତିଶତ ହ୍ରାସ ପାଇଛି। ମାଓବାଦୀ ହିଂସା ଘଟଣାର ୮୮ ପ୍ରତିଶତ କେବଳ ୩୦ ଟି ସହରରେ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ସମସ୍ତ ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ମୋଟ ସଂଖ୍ୟା ୨୭୧୮୨ ରହିଛି। ଏହା କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୨.୭୦ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share