ନୂଆଦିଲ୍ଲୀ,୧୨।୯: ଟିକ୍ଟକ୍ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋନାଲିଙ୍କ ମୃତ୍ୟୁ ସମ୍ପର୍କରେ ସିବିଆଇ ତଦନ୍ତ ପାଇଁ ଡିଓପିଟି ମନ୍ତ୍ରଣାଳୟକୁ ସୋମବାର ଏକ ଚିଠି ଲେଖିଥିବା ଜଣାପଡ଼ିଛି। ଏହାପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟରେ ହରିଆଣାର ହିସାରର ଭାଜପା ନେତ୍ରୀ ସୋନାଲି (୪୩)ଙ୍କ ଦେହାନ୍ତ ଗୋଆରେ ହୋଇଥିଲା। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ସନ୍ଦେହ କରିଥିଲେ। ଗୋଆ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ତା’କୁ ଅନେକ ତଥ୍ୟ ମିଳିଛି। ଯାହାକୁ ନେଇ ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି କୁହାଯାଉଛି।