Categories: ଜାତୀୟ

ମଣିପୁର ଭାଇରାଲ ଭିଡିଓ ମାମଲାରେ ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସା ମଧ୍ୟରେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଏ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ଦେଇଛି। ଏହା ସହିତ କେନ୍ଦ୍ର ମଧ୍ୟ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବେ। ଏଥିରେ ସେ ଭାଇରାଲ ଭିଡିଓ ମାମଲାର ଶୁଣାଣି ମଣିପୁରରୁ ବାହାରେ କରିବାକୁ ଅନୁରୋଧ କରିବେ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ସରକାରୀ ବରିଷ୍ଠ ସୂତ୍ରରୁ ପ୍ରକାଶ ଯେ ମଣିପୁର ମହିଳାଙ୍କ ଭାଇରାଲ ଭିଡିଓ ଯେଉଁ ମୋବାଇଲରୁ ହୋଇଥିଲା, ତାହାକୁ ଜବତ କରାଯାଇଛି ଏବଂ ଭିଡିଓ ଶୁଟିଂ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

 

Share