ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ

କାବୁଲ୍‌, ୧୮।୯: ଆଫଗାନିସ୍ତାନର ତାଲିବାନ୍‌ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି ତାଲିବାନ ପୂର୍ବରୁ କହିଥିଲା। ଶୁକ୍ରବାର କାବୁଲସ୍ଥିତ ମହିଳା ମନ୍ତ୍ରଣାଳୟର ନାମଫଳକ ବଦଳାଯାଇ ଏହାକୁ ତାଲିବାନ ମୋରାଲ ପୋଲିସ ପାଇଁ ରଖାଯିବ ସହ ବିଭାଗର ପୂର୍ବତନ ମହିଳା କର୍ମଚାରୀମାନଙ୍କୁ ବିଲ୍ଡିଂ ଭିତରକୁ ଛଡ଼ାଯାଇ ନ ଥିଲା। ସେଠାରେ ‘ମିନିଷ୍ଟ୍ରି ଅଫ୍‌ ପ୍ରେୟାର ଆଣ୍ଡ ଗାଇଡାନ୍ସ ଆଣ୍ଡ ଦି ପ୍ରମୋଶନ ଅଫ୍‌ ଭର୍ଚୁ ଆଣ୍ଡ ପ୍ରିଭେନ୍‌ଶନ ଅଫ୍‌ ଭାଇସ୍‌’ ବୋଲି ଦରି ଓ ଆରବିକ୍‌ ଭାଷାରେ ଲେଖାଯାଇଛି। ମହିଳା କର୍ମଚାରୀମାନଙ୍କୁ ଘରକୁ ଫେରିଯିବା ଲାଗି ବହୁ ସପ୍ତାହ ହେଲା କୁହାଯାଉଥିବାବେଳେ ସେମାନେ କାର୍ଯ୍ୟକୁ ଆସିବା ଲାଗି ଉଦ୍ୟମ ଚଳାଇଛନ୍ତି।

Share