Categories: ଜାତୀୟ

ଘର ବାହାରେ ଖେଳୁଥିବା ୪ ବର୍ଷୀୟା ଝିଅକୁ ବଳାତ୍କାର

ଚେନ୍ନାଇ,୧।୨: ତାମିଲନାଡୁର ଟୁଟିକରିନ ଜିଲାରୁ ଜଣେ ୪ ବର୍ଷୀୟା ଝିଅକୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୧୪ ବର୍ଷୀୟ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ଅଭିଯୁକ୍ତ ଜଣଙ୍କ ନବମ ଶ୍ରେଣୀର ଛାତ୍ର।

ଘର ଆଗରେ ପୀଡ଼ିତା ଖେଳୁଥିବା ବେଳେ ତାଙ୍କୁ ନିର୍ଜନ ସ୍ଥାନକୁ ଉଠାଇ ନେଇ ବଳାତ୍କାର କରିଥିଲେ। ଘଟଣା ପରେ ପୀଡ଼ିତା ଘରକୁ ଫେରି ଆସିଥିଲେ। ହେଲେ କାହାକୁ କିଛି ଜଣାଇ ନ ଥିଲେ। ମାତ୍ର ମା’ ଗାଧୋଇ ଦେଉଥିଲା ବେଳେ ଝିଅ କାନ୍ଦିବାରୁ ଘଟଣା ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କୁ ପ୍ରଥମେ ବିଲାଥିକୁଲମ ସରକାର ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ବଳାତ୍କାର ସ୍ପଷ୍ଟ କରିଥିଲେ। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ବିଲାଥିକୁଲମ ମହିଳା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଆଇପିସି ଦଫା ଓ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି।

Share