ମା’କୁ ବିଲରୁ ଡ଼ାକିବାକୁ ଯାଇ ଟଳିପଡ଼ିଲେ ପୁଅ

ଅନୁଗୋଳ ଅଫିସ,୧୪।୬: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଡ଼କେରେଜାଙ୍ଗରେ। ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ୧୭ ବର୍ଷର ନାବାଳକ ଦୁଷ୍ମନ୍ତ ସାହୁ। ଦୁଷ୍ମନ୍ତ ବିଲରୁିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇ ସେଠାରେ ପଡ଼ି ଯାଇଥିଲେ। ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ।