Categories: ଜାତୀୟ

ଅସୁସ୍ଥ ମା’ଙ୍କ ପାଇଁ ହାତରେ ସାଲାଇନ ଧରି ଛିଡା ହେଲେ ନାବାଳକ ପୁଅ: ଛତିଶଗଡ଼ ସ୍ବାସ୍ଥ୍ୟ ସେବା ସୋସିଆଲ ମିଡ଼ିଆରେ ଭାଇରାଲ…

ରାୟପୁର,୭।୧୦ : ଛତିଶଗଡର ଏକ ଡାକ୍ତରଖାନାର ଅବସ୍ଥା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିତ୍ର ଏବଂ ଭିଡିଓ ଏପରି ଏକ ସମୟରେ ଆସିଛି ଯେତେବେଳେ ଛତିଶଗଡର ଦୁଇ ଜଣ ବ୍ୟକ୍ତି ଚଳାଉଥିବା ୬,୦୦୦ କୋଟି ଟଙ୍କାର ଅନଲାଇନ ବେଟିଂକୁ ନେଇ ରାଜ୍ୟ ସରକାର ଚିନ୍ତାରେକ ପଡିଛନ୍ତି।

ଅଭନପୁର ଡାକ୍ତରଖାନାର ଏକ ଫଟୋ ଏବଂ ଭିଡିଓରେ ଜଣେ ନାବାଳକ ତାଙ୍କ ହାତରେ ସାଲାଇନ ବୋତଲ ଧରି ଠିଆ ହୋଇଛନ୍ତି। ତାଙ୍କ ଅସୁସ୍ଥ ମା’ଙ୍କ ପାଇଁ ନାବାଳକ ଜଣକ ହାତରେ ସାଲାଇନ ଧରି ଛିଡା ହୋଇଛନ୍ତି। ଏପରି କରିବାକୁ ତାଙ୍କୁ ହସ୍ପିଟାଲ କର୍ମଚାରୀମାନେ କହିଛନ୍ତି।

ରୋଗୀ ବସିବା ପାଇଁ ନା ହ୍ବିଲ ଚେୟାର, ନା ଷ୍ଟ୍ରେଚର୍‌, ସାଲାଇନ ବୋତଲ ଟାଙ୍ଗିବା ପାଇଁ କୌଣସି ଷ୍ଟାଣ୍ଡ ନାହିଁ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଛି। ଏହି ଡାକ୍ତରଖାନା ରାଜ୍ୟ ରାଜଧାନୀ ରାୟପୁରଠାରୁ ମାତ୍ର ୨୫ କିଲୋମିଟର ଦୂରରେ।

ଅଧିକ ଅନୁସନ୍ଧାନ ପାଇଁ ଡାକ୍ତରଖାନା ପରିଦର୍ଶନ କରିବା ପରେ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି ଡାକ୍ତରଖାନାର ଅବସ୍ଥା ଆହୁରି ଖରାପ ଥିଲା। ୱାର୍ଡରେ ରୋଗୀଙ୍କ ପାଇଁ ତକିଆ କିମ୍ବା ସିଟ ନାହିଁ କିମ୍ବା ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନାହିଁ। ଔଷଧ ବିତରଣ କେନ୍ଦ୍ର ଡାକ୍ତରଖାନାରେ କାର୍ଯ୍ୟକ୍ଷମ ନୁହେଁ।

ବର୍ତ୍ତମାନ ଛତିଶଗଡର କଂଗ୍ରେସ ସରକାରଙ୍କ ୨,୧୬୧ କୋଟି ଟଙ୍କା ମୂଲ୍ୟର ମଦ ଦୁର୍ନୀତିରେ ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଏଭଳି ରୂପ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Share