Posted inଜାତୀୟ

ନାବାଳକଙ୍କୁ ୧୭ ଖଣ୍ଡ କରି ପୋତିଦେଲେ

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶରେ ଜଣେ ୧୫ ବର୍ଷର ବାଳକ କ୍ଷେତରେ କାମ କରୁଥିବାବେଳେ ହାର୍ଭେଷ୍ଟରରେ ଫସିଯାଇ ପ୍ରାଣ ହରାଇଥିଲେ। ତଙ୍କର ଶରୀର ୧୭ ଖଣ୍ଡ ହୋଇଥିବାବେଳେ ଅପରାଧ ଲୁଚାଇବା ପାଇଁ ବିଭିନ୍ନ ସ୍ଥାନରେ ପୋତିଦିଆଯାଇଛି। ଏହି ଘଟଣାରେ ସଞ୍ଜୟ ବର୍ମା (୨୪) ଏବଂ ଲବକୁଶ (୧୮)ଙ୍କୁ ଗିରଫ କରାଯାଇଛି। ବାହାରିଚ୍‌ର ଗାୟତ୍ରୀ ନଗରରେ ରହୁଥିବା ବିକ୍ରମ ନାମକ ଉକ୍ତ ବାଳକ ୧୦ ଦିନ ହେଲା ନିଖୋଜ ଥିଲେ। ବାହାରିଚ୍‌ ଏସ୍‌ପିଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବିକ୍ରମ କ୍ଷେତରେ ସଞ୍ଜୟ ବର୍ମାକୁ ସହାୟତା କରୁଥିଲେ। ଟ୍ରାକ୍ଟର ଅପରେଟିଂ ବେଳେ ବିକ୍ରମ ଖସିପଡ଼ି ହାର୍ଭେଷ୍ଟର ଭିତରେ ରହିଯାଇଥିଲେ। ଆହତ ବିକ୍ରମକୁ ସାହାଯ୍ୟ କରିବା ବଦଳରେ ଅଭିଯକ୍ତ ତାଙ୍କୁ ଖଣ୍ଡଖଣ୍ଡ କରିଦେବା ପାଇଁ ହାର୍ଭେଷ୍ଟରରେ ଘୋଷାଡ଼ିଥିଲେ। ପ୍ରମାଣ ନଷ୍ଟ ପାଇଁ ସେହି ଖଣ୍ଡଗୁଡ଼ିକୁ ସଞ୍ଜୟ ଜମିରେ ବିଭିନ୍ନ ସ୍ଥାନରେ ପୋତିଦେବା ସହ ତାଙ୍କ ପୋଷାକ ଓ ଜୋତାକୁ ପାଖରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇଥିଲେ। ଗତ ୧୫ ତାରିଖରେ ବିକ୍ରମଙ୍କ ପୋଷାକ ଓ ଜୋତା ମିଳିବା ପରେ ନିଖୋଜ ମାମଲା ନୂଆ ମୋଡ଼ ନେଇଥିଲା। ପୋଲିସ ସଞ୍ଜୟ ଏବଂ ଲବକୁଶଙ୍କୁ ଗିରଫ କରି ପଚରାଉଚରା କରିବାରୁ ସେମାନେ ଅପରାଧ ସ୍ବୀକାର କରିଥିଲେ। ପୋଲିସ ଦିନସାରା ଜମିକୁ ଖୋଳି ୧୭ ଖଣ୍ଡ ମୃତଦେହ ବାହାର କରିଛି। ପରିଚୟ ସ୍ପଷ୍ଟହେବା ପାଇଁ ଡିଏନ୍‌ଏ ପରୀକ୍ଷା ନିମନ୍ତେ ପଠାଯିବା ସହ ବ୍ୟବଚ୍ଛେଦ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲଢେଇ ମନ୍ତ୍ରୀପଦ ପାଇଁ ନୁହେଁ, ଅସ୍ମିତା ପାଇଁ…’, ମହାୟୁତି ଛାଡିବେ ଭୁଜବଳ? ସମର୍ଥକଙ୍କ ସହ ବୈଠକରେ…

ମୁମ୍ବାଇ,୧୮।୧୨: ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ମହାରାଷ୍ଟ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହୋଇଥିବାରୁ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କ ନିର୍ବାଚନମଣ୍ଡଳୀ ନାଶିକ...

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ...

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ...

ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ...

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ...

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ...

ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା

ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri