ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏସବୁ ବିଷୟର ପରୀକ୍ଷା ମେ’ ୧୯ରେ କରିବାକୁ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ପରିବର୍ତ୍ତନ କରି ମେ’ ୩୧ରେ କରାଯିବ। ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସୂଚୀରେ କମ୍‌ ବ୍ୟବଧାନ ରହୁଛି। ତେଣୁ ପରୀକ୍ଷାର୍ଥୀଙ୍କ ସ୍ବାର୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପରିବର୍ତ୍ତନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି। ଅନ୍ୟ ବିଷୟଗୁଡିକ କୌଣସି ପରିବର୍ତ୍ତନ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Share