ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପିତା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ ମାମଲା ନଂ.୧୪୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଥାନା ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରୀଙ୍କ ପିତା ଦୋକାନକୁ ଯାଇଥିଲେ ଓ ମା’ ଚାଷଜମିକୁ ଯାଇଥିବା ବେଳେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ। ଏହି ସମୟରେ କୌଣସି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ମେଡିକାଲରେ ଉତ୍ତେଜନା, ପୋଲିସ ମୁତୟନ

ଭଦ୍ରକ,୨୪।୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ...

ସାଙ୍ଗ ହୋଇ ଖେଳୁଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ବାସୁଦେବପୁର,୨୪।୪ (କାଳିପଦ ରାୟ): ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ। ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲେ ହେଁ ବଞ୍ଚାଯାଇପାରି ନ ଥିଲା। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ...

ପହଲଗାମ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଦିନ୍ଦା କରାଯାଇଛି। ଏଥିସହିତ ଗୁରୁବାର...

Narendra Modi: ଚେତାବନୀ ଦେଲେ ମୋଦି, ମାଟିରେ ମିଶେଇଦେବୁ…

ନୂଆଦିଲ୍ଲୀ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ପହଞ୍ଚିଛନ୍ତି। ଆଜି ସେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବଣୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ପହଲଗାମ ଆକ୍ରମଣ...

ପରକୀୟା ପ୍ରୀତି ସନ୍ଦେହ, ପଥରରେ ଛେଚି ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ପାଲଘର,୨୪।୪: ମହାରାଷ୍ଟ୍ରର ପାଲଘର ଜିଲାରେ ଜଣେ ୫୫ ବର୍ଷୀୟ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଅନୈତିକ ସମ୍ପର୍କର ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।...

Pakistan Google Trends: ପାକିସ୍ତାନ ଛାନିଆ, ଆତଙ୍କୀ ଆଟାକ୍‌ ପରେ ଗୁଗଲରେ ଏସବୁ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଦୋହଲାଇ ଦେଇନଥିଲା, ଏହାର ପ୍ରଭାବ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖାଯାଉଛି। ଆକ୍ରମଣ ସମ୍ପର୍କରେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା

ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

୫ ହତ୍ୟାକାରୀ, ୩ ସ୍ଥାନରେ ୧୦ ମିନିଟ୍ କରିଥିଲେ ଗୁଳିବର୍ଷା: ସାମ୍ନାକୁ ଆସିଲା ପହଲଗାମ ଆକ୍ରମଣର ଛାତିଥରା ତଥ୍ୟ

ନୂଆଦିଲ୍ଲୀ,୨୪।୪: ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image