ଲିଚୁ ଲାଇଟ୍‌ ଲଗାଇବା ବେଳେ ଚାଲିଗଲା ଜୀବନ

ବାସୁଦେବପୁର, ୩।୧୧(ଡି.ଏନ.ଏ.): ଦୀପାବଳି ପାଇଁ ଘର ସଜାଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ବୁଧବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ନିକଟସ୍ଥ ପ୍ରବୋଧପୁର ଗ୍ରାମର ପ୍ରସନ୍ନ ବେହେରାଙ୍କ ପୁଅ ରଣଜିତ୍‌(୧୪)।

ସୂଚନା ଅନୁଯାୟୀ, ରଣଜିତ୍‌ ଘର ଛାତ ଉପରେ ଲିଚୁ ଲାଇଟ ଲଗାଇବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସଂଜ୍ଞାହୀନ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।

Share