କୁକୁର କାମୁଡ଼ାରେ ନାବାଳକ ମୃତ

କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅଧୀନ ଶିଙ୍କୁଳାପଦା ଗ୍ରାମରେ ଏକ ଅଘଟଣ ଘଯଇଛି। ଏକ ପାଗଳ କୁକୁର କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ବିଶ୍ବନାଥ ପ୍ରଧାନ(୯)। ବିଶ୍ବନାଥ ଶିଙ୍କୁଳାପଦା ପ୍ରାଇମେରୀ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ମା’, ବାପାଙ୍କ ଏକମାତ୍ର ପୁଅ ଥିଲେ। ବିଶ୍ବନାଥଙ୍କୁ ମାସକ ତଳେ ଏକ ପାଗଳ କୁକୁର କାମୁଡ଼ିଥିଲା। ତେବେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ତାଙ୍କୁ ଚେରମୂଳି ଖାଇବାକୁ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।