ସାପ କାମୁଡାରେ ନାବାଳକର ମୃତ୍ୟୁ

ନିରାକାରପୁର,୯।୬( ଡି.ଏନ.ଏ): ସାପ କାମୁଡାରେ ଜଣେ ନାବାଳକର ମତ୍ୟୁ ଘଟିଛି। ମୃତକ ନାବାଳକ ଜଣକହେଲେ ଖୋର୍ଦ୍ଧା ଜିଲା ଜଙ୍କିଆଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତ ଉପର ମୋଟା ଗ୍ରାମର ଶୁଭଙ୍କର ପାଇକରାୟ ଓରଫ ଶୁଭ(୧୦) ବୋଲି ଜଣାପଡିଛି। ଶୁଭ ରାତିରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡିବାରୁ ଗୁରୁତର ଆହତ ହୋଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ଖୋର୍ଦ୍ଧା ସରକାରୀ ମେଡିକାଲକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶୁଭର ମୃତ୍ୟୁ ହୋଇଥିଲା। ନାବାଳକ ଶୁଭ ୫ମ ଶ୍ରେଣୀର ଛାତ୍ର। ତାଙ୍କ ଅକାଳ ବିୟୋଗରେ ସାରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଶୁଭକୁ ଝୁରି ସହପାଠୀମାନେ ଝୁରି ହେଉଥିବାବେଳେ ଏକମାତ୍ର ପୁତ୍ରକୁ ହରାଇ ମାତା-ପିତା ଦୁଃଖରେ ଭାଙ୍ଗି ପଡିଛନ୍ତି। ଶୋକାକୁଳ ପରିବେଶରେ ସ୍ଥାନୀୟ ଶ୍ମଶାନରେ ଶୁଭର ଅନ୍ତିମ ସତ୍କାର ହୋଇଛି। ଏନେଇ ଜଙ୍କିଆଥାନାରେ ୮/୨୩ରେ ଏକ ଅପମୃତ ମାମଲା ରୁଜୁକରାଯାଇ ତଦନ୍ତ କରାଯିବା ନେଇ ଜଙ୍କିଆଥାନା ଅଧିକାରିଣୀ ପ୍ରଜ୍ଞାଋତୁମ୍ଭରା କର ସୂଚନା ଦେଇଛନ୍ତି।