ସାପ କାମୁଡ଼ାରେ ଚାଲିଗଲା ନାବାଳକଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୪।୭: ସାପ କାମୁଡ଼ାରେ ଗୁରୁତର ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦେବିଝର ଗ୍ରାମର ଦୀନବନ୍ଧୁ ଶବରଙ୍କ ପୁଅ ମଳୟ ଶବର(୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ.୩୯୫/୨୨) ରୁଜୁ କରିଛି।

ମିଳିଥିବା ସୂଚନା ମୁତାବକ, ମଳୟ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Share