ବନ୍ୟା ଜଳରେ ବୁଡ଼ିଗଲେ ନାବାଳକ: ୩ଘଣ୍ଟା ପରେ ମିଳିଲା ମୃତଦେହ

ବସ୍ତା/ରୂପସା,୨୨।୮(ଡି.ଏନ.ଏ.)- ବାଲେଶ୍ୱର ଜିଲାରେ ବନ୍ୟା ବିଭୀଷିକା ଦେଖାଦେଇଥିବା ବେଳେ ବସ୍ତା ଥାନା ପଳାସିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଜଳକା ନଦୀର ଶାଖା ମଟକାଶୋଳ ନଦୀ ପାଖକୁ ଗାଈ ଆଣିବାକୁ ଯାଇଥିବା ଜଣେ ନାବାଳକ ବନ୍ୟାଜଳରେ ବୁଡ଼ି ପ୍ରାଣ ହରାଇଛନ୍ତି। ୨୦ରୁ ଊଦ୍ଧର୍‌ବ ମାଛ ଧରାଳି ନଦୀରେ ପଶି ପ୍ରାୟ ୩ଘଣ୍ଟା ପରେ ଏକ ବାଉଁଶ ବୁଦାରେ ଲାଖି ରହିଥିବା ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ପୋଲିସ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ନାବାଳକ ହେଲେ ରାଧାଶ୍ୟାମ ମହାପାତ୍ରଙ୍କ ପୁଅ ଜନ୍ମେଜୟ। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।