ବନ୍ୟାରେ ଭାସିଗଲେ ନାବାଳକ

ଧାମନଗର,୩ା୮(ଦେବେନ୍ଦ୍ର ଆନ୍ଦିଆ): ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀରେ ବଡ଼ ଧରଣର ବନ୍ୟା ଆସି ଭଦ୍ରକ ଧାମନଗର ବ୍ଲକ୍‌ର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ରାସ୍ତାଘାଟ, ଗାଁ ଦାଣ୍ଡ, କେତେକଙ୍କ ଘରେ ଓ ଚାଷଜମିରେ ପଶି ଜଳମଗ୍ନ ହୋଇଯାଇି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକ୍‌ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ସୁଜୟ ଦାସଙ୍କ ନାବାଳକ ପୁଅ ଆକାଶ(୯) ବନ୍ୟା ତ୍ସୋତରେ ଭାସି ଯାଇ ନିଖୋଜ ଅଛନ୍ତି। ଆକାଶ ଗେଙ୍ଗୁଟି ନଦୀର ପାହାଡ଼ପୁରଠାରେ ଥିବା ଗାଈଛନ୍ଧା ଏସ୍‌କେପ ନିକଟରେ ବନ୍ୟା ଦେଖିବା ପାଇଁ ଯାଇଥିଲେ। ସେଠାରେ ଗୋଡ଼ ଧୋଉଥିବା ବେଳେ ବନ୍ୟା ସ୍ରୋତରେ ଭାସି ଯାଇଥିବା ଜଣାପଡିଛି। ଖବର ପାଇ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।

Share