କୂଅରେ ଖସିପଡ଼ି ନାବାଳକଙ୍କ ମୃତ୍ୟୁ

କାମାକ୍ଷାନଗର,୨୫।୪(ଡି.ଏନ୍‌.ଏ.): ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ଏକ ଖୋଲାକୂଅରେ ଖସିପଡ଼ି ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଦେଈପୁର ଗ୍ରାମରେ ସୋମବାର ଘଟିଛି ଏଭଳି ଏକ ଅଘଟଣ। ମୃତକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚତ୍ ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ୍‌ ନାୟକ। ପରିବାର ଲୋକଙ୍କ କହିବା କଥା, ଶୁଭମ୍‌ ପରିବାର ସଦସ୍ୟଙ୍କ ସହ ଯାତ୍ରା ଦେଖିବାକୁ ମାମୁ ଘରକୁ ରବିବାର ଆସିଥିଲେ। ଯାତ୍ରା ଚାଲିଥିବାବେଳେ ପରିସ୍ରା କରିବାକୁ ଆସିଥିବାବେଳେ ସେ ଏକ ଖୋଲା କୂଅରେ ଖସିପଡ଼ିଥିଲେ। ବିଳମ୍ବିତ ରାତିରେ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସୋମବାର ସକାଳେ ଶୁଭମ୍‌ଙ୍କୁ ମୃତଦେହ କୂଅରେ ଭାସୁଥିବା ଦେଖି ଗ୍ରାମବାସୀ ପରିବାରକୁ ଅବଗତ କରାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ କୂଅରୁ ବାହାର କରାଯାଇଥିଲା। କାମାକ୍ଷାନଗର ପୋଲିସ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଥିଲା। ଶୁଭମ୍‌ଙ୍କ ଏଭଳି ମୃତ୍ୟୁକୁ ନେଇ ମାମୁଘର ସରଦେଈପୁର ଏବଂ ନିଜ ଗଁା ବୋଲୁଅରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।