
ଛତ୍ରପୁର, ୩।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ କତୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗତ ୨୬ ତାରିଖରେ କତୁରୁ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ୩ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ସେଦିନ ରାତିରେ ଘରୁ ବାହାରକୁ ଆସିଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ଘରୁ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ l ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗକୁ ଆଧାର କରି ପୋଲିସ ୪୦/୨୦୨୫ରେ ଏକ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ଅଛନ୍ତି l ତେବେ ଆର୍ଯ୍ୟପଲ୍ଲୀ ଥାନା ପୋଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ କରାଯାଉନାହିଁ। ଯାହା ଫଳରେ ଅଞ୍ଚଳରେ ଅଧିକରୁ ଅଧିକ ଅପରାଧ ବୃଦ୍ଧି ପାଉଥିବା କିଛି ଗ୍ରାମବାସୀ କହିଛନ୍ତି।