ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି ଅଜବ ଘଟଣା ମଧ୍ୟପ୍ରଦେଶର ଆଗର ମାଲଓ୍ବା ଜିଲାରେ ଘଟିଛି।

ନାଗଦା ପୋଲିସ ଏବଂ ଛତିଶଗଡ଼ ପୋଲିସର ମିଳିତ ସହଯୋଗରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ର ଯଶପୁରରୁ ଉଜାନ ଜିଲାର ଏକ ଅଞ୍ଚଳରେ ନାବାଳିକା ବିକ୍ରି କରାଯାଉଥିବା ଅଭିଯୋଗ ଆସିଥିଲା। ନାଗଦା ଥାନାଧିକାରୀ ଏସ୍‌ସି ଶର୍ମା କହିଛନ୍ତି ଯେ, ଯଶପୁରର ପାଥାଲଗାଓଁରେ ରହୁଥିବା ଜଣେ ନାବାଳିକାକୁ ନାଗଦାରେ ବିକ୍ରି କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ସେ କହିଛନ୍ତି ଯେ, ଧାରା ୧୬୪ ଅନୁଯାୟୀ ନାବାଳିକାଙ୍କ କୋର୍ଟରେ ବିବୃତ୍ତି ଦିଆଯିବ। ସେହି ବିବୃତ୍ତିକୁ ଆଧାର କରି ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ। ବଳାତ୍କାର ଏବଂ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯିବ।

Share