ଇନ୍ଦୋର: ପ୍ରଥମେ ଜଣଙ୍କୁ ହୃଦୟ ଦେଇ ବସିଲେ। ନାବାଳିକା ସତ୍ତ୍ୱେ ବିବାହ କରିବାକୁ ଜିଦ୍ ଧରିଲେ। ହେଲେ ତାଙ୍କ ମା’ ଏହାକୁ ଗ୍ରହଣ କରି ନ ଥିଲେ। ପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଇନ୍ଦୋରର ପରଦେଶିପୁରା ଅଞ୍ଚଳର। ଏଠାକାର ଜଣେ ନାବାଳିକା ନିଜ ମା’ଙ୍କ ଇଚ୍ଛା ବିରୋଧରେ ବିବାହ କରିବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇଦେଇଥିଲେ। ସେ ରାସ୍ତା କଡ଼ରେ ଲାଗିଥିବା ହୋର୍ଡିଂ ଉପରେ ଯାଇ ବସିଥିଲେ। ଏହା ଦେଖି ନିକଟସ୍ଥ ଲୋକେ ସେଠାରେ ଏକତ୍ରିତ ହୋଇଥିଲେ। ପରେ ଏନେଇ ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଏପରିକି ପୋଲିସ ଉକ୍ତ ଯୁବକ ସହ ସମ୍ପର୍କ କରିଥିବା ପରଦେଶିପୁରାର ଏସ୍ଆଇ ଅଶୋକ ପାଟିଦାର କହିଛନ୍ତି। କାରଣ ଯୁବକଜଣଙ୍କ ସେଠାରେ ପହଞ୍ଚି ନାବାଳିକାଜଣଙ୍କୁ ଓହ୍ଲାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। ଶେଷରେ ଯୁବତୀ ହୋଡିଂ ଉପରୁ ଓହ୍ଲାଇଥିଲେ।