Advertisement

ଭଉଣୀ ଆଗରେ ଚାଲିଗଲା ଭଉଣୀର ଜୀବନ

ନୟାଗଡ଼,୧୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା କିମ୍ଭିରିଆ ଗ୍ରାମ ପୋଖରୀ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୨ ନାବାଳିକା ଭଉଣୀ ଏକ ସାଇକେଲରେ ଯାଉଥିଲେ। ସେତିକିବେଳେ କିମ୍ଭିରିଆ ଗାଁ ପୋଖରୀ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ୨ ଭଉଣୀ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।

ପରିବାର ଲୋକଙ୍କ ସହ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣେ ନାବାଳିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣଙ୍କର ଚିକିତ୍ସା ଚାଳିଛି। ଦୁର୍ଘଟଣା ପରେ ଗ୍ରାମବାସୀ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଟ୍ରକ ଚାଳକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share