ବିଦ୍ୟୁତ୍‌ ତାର ଲାଗି ନାବାଳିକା ଗୁରୁତର

ଦିଗପହଣ୍ଡି,୨।୪(ଡି.ଏନ୍‌.ଏ.): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଟପୁର ଥାନା ଅଧୀନ ଗୁମ୍ମା ଗ୍ରାମର ଲିସା ଗୌଡ଼(୭)। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ଗାଁରେ ଚାଲିଥିବା ଦଣ୍ଡନାଚ ଦେଖିବାକୁ ଲିସା ଯାଇଥିଲେ। ହେଲେ ସେ ଭୋରୁ ଘରକୁ ଫେରୁଥିବା ବେଳେ ଦଣ୍ଡନାଚ ପାଇଁ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ କରେଣ୍ଟ ଲାଗି ସେ ଗୁରୁତର ଆହତ ହୋଇଥିଲେ।

Share