ଦେବଗଡ଼ରୁ ଉଠାଇ ନେଇ ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଛାଡ଼ିଦେଲେ  ଦୁର୍ବୃତ୍ତ

ସୁନ୍ଦରଗଡ଼,୧୯।୧୨(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ଷଡ଼ଙ୍ଗୀ): ଦେବଗଡ଼ରୁ ଆଈଙ୍କୁ ଧକ୍କା ଦେଇ ଶିଶୁକନ୍ୟାଙ୍କୁ  ଅପହରଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯାଇଛି। ଜିଲାର ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲିରୁ ଭୋର ସମୟରେ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବଡ ଗାଁ ସର୍ବତୀ ଦେବୀ  ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ  ନାବାଳିକା କାନ୍ଦୁଥିବା ବେଳେ  କେତେକ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।
ସେମାନଙ୍କ କହିବା ଅନୁଯାୟୀ,  ଏକ କାରରେ  କେହି  ଶିଶୁକନ୍ୟାଙ୍କୁ ଆଣି ଛାଡି ଚାଲିଯାଇଥିଲେ।  ପରେ ବଡ଼ଗାଁ ଥାନା ପୋଲିସ ଖବରପାଇ ସେଠାରେ ପହଞ୍ଚି ଶିଶୁକନ୍ୟାଙ୍କୁ ଥାନାକୁ ନେଇଥିଲେ। ସେଠାରୁ ତାଙ୍କ ପରିବାର ଲୋକଙ୍କୁ  ଖବର ଦିଆଯାଇଥିଲା। ପରିବାର  ଲୋକେ ଘଟଣାସ୍ଥଳରେ ପହଞ୍ଚିଲେ।
Share