ନାବାଳିକାଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା, ନିସ୍ତୁକ ଠେଙ୍ଗା ମାଡ଼, ଭିଡିଓ ଭାଇରାଲ…

ପାଟନା,୧୧।୧୧ : ସାମ୍ପ୍ରତିକ ସମୟରେ, ପ୍ରତ୍ୟେକ ଝିଅ ଆତ୍ମରକ୍ଷା କରିବାକୁ ସକ୍ଷମ ହେବା ଆବଶ୍ୟକ କାରଣ ଦୁଷ୍କର୍ମକାରୀ ତାଙ୍କୁ କେବେ ମଧ୍ୟ ଅସଦାଚରଣ କରି ପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ନାବାଳିକାଙ୍କ ପ୍ରତି ଅଶ୍ଳୀଳ କମେଣ୍ଟ କରିବା ମହଙ୍ଗା ପଡିଛି। କୁହାଯାଉଛି ଜଣେ ଯୁବକ ନାବାଳିକାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ତାଙ୍କ ଉପରେ ନିସ୍ତୁକ ଠେଙ୍ଗାମାଡ଼ ହୋଇଛି।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପଶନରେ ଲେଖା ଅଛି ଯେସାକୁ ତେସା। ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ସମସ୍ତେ ଝିଅଙ୍କର ସାହସକୁ ପ୍ରଶଂସା କରୁଛନ୍ତି। ସେ ସମ୍ପୃକ୍ତ ଯୁବକଙ୍କୁ ଏକ ଶିକ୍ଷା ଦେଇଥିବା ୟୁଜର କହିଛନ୍ତି। ଏହି ଭିଡିଓଟି ବିହାରର ଛାପ୍ରା ଅଞ୍ଚଳର ବୋଲି କୁହାଯାଉଛି।

 

Share