Advertisement

ହାତୀ ଆକ୍ରମଣରେ ନାବାଳକ ମୃତ: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କମ୍ପସଲା ଗ୍ରାମପଞ୍ଚାୟତର ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ଶନିବାର ସକାଳେ ମଣ୍ଡୁଆ ଗ୍ରାମର ଶତାଧିକ ଲୋକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୃତାହତଙ୍କ ପରିବାରକୁ କ୍ଷତିପୂରଣ, ସ୍ଥାୟୀ ଚାକିରୀ ଓ ସ୍ଥାନୀୟ ଅଞ୍ଚଳରେ ଏକ ବନ ବିଭାଗର ବିଟ୍‌ ହାଉସ ଖୋଲିବାକୁ ଦାବି କରିଛନ୍ତି। ଘେରାଉ ବେଳେ ବନ ବିଭାଗ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ଠେଲାପେଲା ହୋଇଥିଲା । ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ବନାଞ୍ଚଳ ଭାରପ୍ରାପ୍ତ ଡେପୁଟି ରେଞ୍ଜର ପ୍ରତାପ ରାଉଳ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୪ ଘଣ୍ଟା ଆଲୋଚନା ପରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ସହାୟତା ଯୋଗାଇ ଦେବା ସହିତ ତାଙ୍କ ପରିବାରକୁ ୪୦ ହଜାର ଟଙ୍କା ଅଗ୍ରିମ ପ୍ରଦାନ ଲାଗି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share