ମକା ମିଲିଂ ବେଳେ ଅଘଟଣ: ମେଶିନରେ ଚାପି ହୋଇଗଲା ନାବାଳକଙ୍କ ଗୋଡ଼

ଝରିଗାଁ,୮।୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ମକା ମିଲିଂ ବେଳେ ଜଣେ ନାବାଳକଙ୍କ ଡାହାଣ ଗୋଡ଼ ମେଶିନରେ ପଶିଯିବାରୁ ସେ ଗୁରୁତର ହୋଇଛନ୍ତି। ନାବାଳକ ଜଣକ ହେଲେ କରଲାପଡ଼ା ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ କୃଷ୍ଣ(୧୪)

ମିଳିଥିବା ସୂଚନା ମୁତାବକ, କୃଷ୍ଣ ନିଜ ସମ୍ପର୍କୀୟଙ୍କ ମକା ମିଲିଂ କରିବା ପାଇଁ କିଛି ଲୋକଙ୍କ ସହ ରବିବାର  ଯାଇଥିଲେ। ସେତିକିବେଳେ ଘର ଲୋକେ କୃଷ୍ଣଙ୍କୁ ଯିବା ପାଇଁ ମନା କରିବା ସତ୍ତ୍ୱେ ସେ ଯାଇଥିଲେ।

ମକା ମିଲିଂ ଗାଡ଼ିରେ ମକା ପକାଇବା ପରେ ପ୍ରଥମ ଥର ମେଶିନ ଜାମ ହୋଇ ଯାଇଥିଲା। ଏହା ଦେଖି କୃଷ୍ଣ ଡାହାଣ ଗୋଡ଼ରେ ମକାଗୁଡିକୁ ଚାପିବା ପରେ ପୁଣି ମେଶିନ ଚାଲିଥିଲା। ଦ୍ୱତୀୟ ଥର ପୁଣି ମେଶିନ ଜାମ ହେବାରୁ କୃଷ୍ଣ ପୁଣି ମକାଗୁଡିକୁ ଗୋଡ଼ରେ ଚାପି ଥିଲେ। ସେତିକିବେଳେ ମେଶିନରେ କୃଷ୍ଣଙ୍କ ଗୋଡ଼ ପଶି ଯାଇଥିଲା। ଫଳରେ ଡାହାଣ ଗୋଡ଼ ଆଣ୍ଠୁଠାରୁ ତଳେ ହାଡ଼ ଓ ମାଂସ ଅଲଗା ହୋଇଯାଇଥିଲା।

ପରିବାର ଲୋକେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆମ୍ବୁଲାନ୍ସରେ ହିଁ ପ୍ରାଥମିକ ଚିକିତ୍ସା କରି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କୃଷ୍ଣ ଝରିଗାଁ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ...

ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର

ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ନିଜଆଡୁ ମାମଲା...

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର

ବଲାଙ୍ଗୀର, ୧୫।୧୨: (ସୁନିଲ ମହାନ୍ତି) ବଲାଙ୍ଗୀର ସହର ଉପକଣ୍ଠ ପଥରଚେପା ଠାରେ ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ରୁ ୪ ଜଣ ଗୁରୁତର...

ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ,୧୫।୧୨: ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା। ଏଭଳି ଅଭାନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ...

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ...

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri