ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର,୨୩।୧୦(ଡି.ଏନ.ଏ): ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ମାତ୍ର ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପରେ ସେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ପଦ୍ମପୁର ଉପଖଣ୍ତ ବୁଡେନ ଥାନା ବରଦାପାଲି ଅଞ୍ଚଳରେ।
ପୋଲିସ ସୂଚନା ଅନୁସାରେ, ବରଦାପାଲି ଗ୍ରାମର ରାଜକୁମାର ମାଝୀ(୨୩) ଓ ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ବିବାହ ଲାଗି ଝିଅର ବୟସ ପ୍ରତିବନ୍ଧକ ହେବାରୁ ପ୍ରେମୀ ଯୁଗଳ ଗତ ୧୬ ତାରିଖରେ କୁଆଡେ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷେ ଝିଅକୁ ଅପହରଣ କରାଯାଇଥିବା ନେଇ ବାପା ଗତ ୨୧ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରେମୀ ଯୁଗଳ ଅନ୍ୟ ଉପାୟ ନ ପାଇ ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ବରଦାପାଲି ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ପ୍ରେମିକା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ସେହିପରି ପ୍ରେମିକ ନିଜ ସାର୍ଟକୁ ବେକରେ ବାନ୍ଧି ଗଛ ଡାଳରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସାର୍ଟ ଛିଣ୍ତି ଯାଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ପୋଲିସ ପ୍ରେମିକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏ ନେଇ ବୁଡେନ ଥାନାରେ ଏକ ମାମଲା (ନଂ.୧୨୫/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ହେମନ୍ତ ରାଓ କହିଛନ୍ତି।

Share