ନାବାଳିକା ବଳାତ୍କାର ମାମଲା: ତିନି ବର୍ଷ ପରେ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୩ା୩(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କଣ୍ତାରାପୋଶି ଗ୍ରାମରେ ୨୦୨୦ରେ ଘଟିଥିବା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଣ୍ତରାପୋଶି ଗ୍ରାମର ମାନସ ସଲକି(୨୭)।
୨୦୨୦ ମାର୍ଚ୍ଚ ୨୬ରେ ଜଣେ ୧୪ ବର୍ଷ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ସଦର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୧୪୦/୨୦୨୦ରେ ପୋକ୍ସୋ ଆକ୍ଟରେ କେସ ରୁଜୁ କରିଥିଲା। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯଇଥିଲେ। ତିନିବର୍ଷ ପରେ ଆଜି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Share