ମନ୍ଦିରରେ ଚାଲିଥିଲା ଭଜନ, ଡାକିନେଇ ବଳାତ୍କାର

ବନ୍ତ,୧୧।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଆଁପଦା ଗ୍ରାମର ରମେଶ ମଣ୍ଡଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।

ଅଭିଯୋଗ ମୁତାବକ ଏକ ମନ୍ଦିର ନିକଟରେ ଶନିବାର ଭଜନ ସମାରୋହ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲିଥିଲା। ରମେଶ ଘଟଣାସ୍ଥଳରୁ ନାବାଳିକାଙ୍କୁ ଡାକି ନେଇ ବଳାତ୍କାର କରିଥିବା ପୀଡ଼ିତାଙ୍କ ବାପା ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ଥାନାରେ ମାମଲା(ନଂ.୨୩୯/୨୧) ରୁଜୁ ହୋଇଛି।

Share