ସ୍କୁଲରେ ଗୁଳିମାଡ଼ କଲେ ନାବାଳକ, ୨ ଆହତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଗୁଳିମାଡ଼ ହୋଇଛି। ଏଠାକାର ଏକ ସ୍କୁଲରେ ଜଣେ ୧୪ ବର୍ଷର ନାବାଳକ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି।

କୁହାଯାଉଛି ଯେ, ଏହି ଗୁଳି ବିନିମୟରେ ଅତି କମ୍‌ରେ ଦୁଇ ଜଣ ଆହତ ହୋଇଛନ୍ତି, ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେଉଁ କାରଣରୁ ଗୁଳି ବିନିମୟ ହୋଇଛି ବର୍ତ୍ତମାନ ସୁଦ୍ଧା ସେ ସମ୍ପର୍କରେ ଜଣାପଡ଼ିନାହିଁ।

Share