ବାପାଙ୍କ ଜୀବନ ନେଲା ନାବାଳକ ପୁଅ

ଜୟପୁର, ୨୭।୧୨ (ନି.ପ୍ର.): ପୁଅର ଛୁରା ମାଡରେ ବାପଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଛୁରା ମାଡ଼ କରିଥିବା ନାବାଳକ ପୁଅ ଫେରାର ଅଛନ୍ତି। ମୃତକ ହେଲେ କୋରାପୁଟ ଜିଲା ଜୟପୁର ଥାନା ଅଞ୍ଚଳର ଅମିର ନାଗ (୩୫)।

ପୋଲିସ ସୁଚନାନୁଯାୟୀ ଅମିର ଏବଂ ତାଙ୍କ ନାବଳକ ପୁଅଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ଜଣଙ୍କ ଛୁରିରେ ବାପାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅମିରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଡାକ୍ତର ଅମୀରଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ମା’ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଇନ୍ସିପେକ୍ଟର ରଘୁନାଥ ମାଝି କହିଛନ୍ତି।

Share