ଗାନ୍ଧୀନଗର,୧୨।୧୦: ଆଇପିଏଲ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକ ରାଗି ଯାଇଛନ୍ତି। ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଧୋନୀଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଧମକ ଦେଇଥିବା ଜଣାପଡିଥିଲା। ଏବେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁଜରାଟର କଚ୍ଛରୁ ଗିରଫ କରିଛି। ଗିରଫ ନାବାଳକ ଜଣଙ୍କ ଜଣେ ନାବାଳକ ବୋଲି ଜଣାପଡିଛି। ସେ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି। କୋଲକତା ନାଇଟ୍ ରାଇଡର୍ସଠାରୁ ଚେନ୍ନାଇ ହାରିବା ପରେ ନାବଳକ ଜଣଙ୍କ ସୋସିଆଲ ମିଡିଆରେ ଜିଭାଙ୍କୁ ବଳାତ୍କାର ଧମକ ଦେଇଥିଲେ। ସାରା ଦେଶରେ ଏହାକୁ ବିରୋଧ କରାଯାଇଥିଲା। ଗିରଫ ନାବାଳକଙ୍କୁ ତରନ୍ତ ରାଞ୍ଚି ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଧୋନୀଙ୍କ ପରିବାରରୁ ସହମତି ପାଇବା ପରେ ପୋଲିସ ରାତୁ ଥାନାରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।