ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର,୭ା୬(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଥିବା ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ଏଡିଜି କ୍ରାଇମବ୍ରାଞ୍ଚ ସହ ‘କ୍ରୁଟ’ର ମଧ୍ୟ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ବିଏମ୍‌ସି କମିଶନର ଥିବା ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେଙ୍କୁ କ୍ରୁଟ୍‌ର ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ଏଡିଜି (ଜେଲ) ଦୀପ୍ତେଶ କୁମାର ପଟ୍ଟନାୟକ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ।

Share