Categories: ଜାତୀୟ

‘ପୁଷ୍ପା’ ଫିଲ୍ମ ଦେଖିବା ପରେ ଜଣଙ୍କୁ ହତ୍ୟା କରି ଭିିଡିଓ ଶୁଟ୍‌ କଲେ

ନୂଆଦିଲ୍ଲୀ,୨୧।୧: ରାଜଧାନୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି ୩ ନାବାଳକ। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ‘ପୁଷ୍ପା’ ଓ ’ଭୌକାଲ’ ଭଳି ଗ୍ୟାଙ୍ଗଷ୍ଟର ଫିଲ୍ମରୁ ଅନୁପ୍ରାଣିତ ହୋଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ମୋବାଇଲ ଫୋନରେ ସେମାନେ ସମ୍ପୂର୍ଣ୍ଣ ଘଟଣାକୁ କଏଦ କରିଥିଲେ। ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲୋକପ୍ରିୟତା ହାସଲ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତ ଜାହାଙ୍ଗିରପୁରୀର କେ’ ବ୍ଲକରେ ପହଞ୍ଚିବା ପରେ ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ରୋକିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ। ପୀଡ଼ିତଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ପୋଲିସଠାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ବାରମ୍ବାର ସେମାନଙ୍କ ଲୋକେଶନ ବଦଳିଥିଲେ। କିନ୍ତୁ ସେମାନଙ୍କୁ ଗୁରୁବାର ପୋଲିସ ଧରି ନେଇଛି। ହତ୍ୟାକାଣ୍ଡକୁ ରେକର୍ଡ କରିବା ଲାଗି ବ୍ୟବହୃତ ଫୋନ ସେମାନଙ୍କଠାରୁ ଜବତ ହୋଇଛି।

Share