ବାର୍‌ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ

କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)।

ବିଭାଗ ପକ୍ଷରୁ ସହାୟତା ବାବଦରେ ମୃତକଙ୍କ ପରିବାର ଲୋକଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ପରେ ଅବଶିଷ୍ଟ ସହାୟତା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜ ଅଧିକାରୀ ରମାକାନ୍ତ ସେଠୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ତାଳପଦା ଗ୍ରାମଟି ବଣପାହାଡ଼ ଘେରାରେ ରହିଛି। ଗାଁରେ ସର୍ବଦା ବନ୍ୟଜନ୍ତୁ ଚଳପ୍ରଚଳ ରହିଥାନ୍ତି। ସୁନାରୀ ଘର ପଛପଟେ ବାସନ ମାଜୁ ଥିଲେ। ସେତିକିବେଳେ ଜଙ୍ଗଲରୁ ଏକ ବାର୍‌ହା ଆସି ତାଙ୍କୁ ଆକ୍ରମଣ କରିଥିଲା। ସେ ପାଟି କରିବାରୁ ପରିବାର ଲୋକ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୈତାରୀସ୍ଥିତ ଓଏମ୍‌ସି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇ କହିଛନ୍ତି, ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାର୍‌ହା ଆକ୍ରମଣ ଘଟଣା ଉକ୍ତ ଡିଭିଜନରେ ପ୍ରଥମ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri