ଜୟପୁର,୧୮।୧୨: ଫତେହପୁର ଏବଂ ଚୁରୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାରୁ ଦେଶର ଉତ୍ତର ଭାଗରୁ ଶୀତଳ ପବନ ରାଜସ୍ଥାନରେ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି। ରାଜସ୍ଥାନରେ ଶୁକ୍ରବାର ରାତିରେ ତାପମାତ୍ରା ଏକ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି ବୋଲି ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି।
ପାଣିପାଗ ବିଭାଗର ସୂଚନାନୁସାରେ, ସିକରର ଫତେହପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୩ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା ବେଳେ ଚୁରୁରେ ଏହା ସର୍ବନିମ୍ନ ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ନାଗାଉର ସର୍ବନିମ୍ନ ରାତିର ତାପମାତ୍ରା ୦.୩ ଡିଗ୍ରୀ ସେଲସିୟସ, ସାଙ୍ଗାରିଆ ଏବଂ ସିକାର୍ ୦.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ଜିଲାରେ ସର୍ବନିମ୍ନ ପାଞ୍ଚ ଡିଗ୍ରୀ ସେଲସିୟସ ତଳକୁ ଖସିଛି ବୋଲି ପାଣିପାଗ ବିଭାଗ କହିଛି। ରାଜଧାନୀ ଜୟପୁରରେ ମଧ୍ୟ ଶୁକ୍ରବାର ରାତିରେ ସର୍ବନିମ୍ନ ତାପମାତ୍ରା ୪.୯ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।