ଅନ୍‌ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍‌ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ ଏବେ ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମାରୀ ରାଜପୁତ ମଧ୍ୟ ସାମିଲ ହୋଇଛନ୍ତି। ମୀରା ରାଜପୁତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜ ଜୀବନ ସହିତ ଜଡ଼ିତ ଥିବା ସମସ୍ତ ଛୋଟ ବଡ଼ ମୁହୂର୍ତ୍ତକୁ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ନିକଟରେ ମୀରା ଅନ୍‌ଲାଇନରେ ଠକେଇର ଶିକାର ହୋଇଥିବା ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ବହୁତ ବର୍ଷ ପରେ ସେ ଅନ୍‌ଲାଇନ୍‌ରେ ଏକ ସ୍ଲିଙ୍ଗ୍‌ ଫୋନ୍‌ କଭର ମଗାଇଥିଲେ। ଯାହା ତାଙ୍କୁ ଓ୍ବାର୍କ ଆଉଟ୍‌ ସମୟରେ ଫୋନ୍‌ ରଖିବାକୁ ସୁବିଧା ହୋଇଥାନ୍ତ। କିନ୍ତୁ ଅର୍ଡର କରିବା ସମୟରେ ଓ୍ବେବସାଇଟ୍‌ରେ ଫୋନ୍‌ କଭର ଯେଉଁଭଳି ଦେଖାଯାଉଥିଲା ଠିକ୍‌ ସେହିପରି ଆସି ନ ଥିଲା। କମ୍ପାନୀ ବିଜ୍ଞାପନର ଠକେଇରେ ପଡ଼ିଗଲେ। ଏହୁ ବହୁ ଖରାପ୍‌ ପ୍ରୋଡକ୍ଟ ବୋଲି ମୀରା କହିଛନ୍ତି।

Share