Categories: ଖେଳ

ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’

ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ୪୯ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରିଥିବା ଚାନୁ ରେକର୍ଡ ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ତୃତୀୟ ପଦକ ଜିତିଛନ୍ତି। ଏହାପୂର୍ବରୁ ସେ ୨୦୧୪ରେ ରୋପ୍ୟ ଏବଂ ୨୦୧୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେବେ ମୀରାବାଇ ମୋଟ ୨୦୧ କିଗ୍ରା ଓଜନ ଉଠାଇ ରେକର୍ଡ କରିଥିଲେ।

ମୀରାବାଈଙ୍କ ଏହି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଟୁଇଟ୍‌ କରି କହିଛନ୍ତି, ଅସାଧାରଣ। ମୀରାବାଈ ଚାନୁ ଭାରତକୁ ପୁଣି ଥରେ ଗୌରବାନ୍ବିତ କରିଛନ୍ତି। ସେ ବର୍ମିଂହାମରେ ସ୍ବର୍ଣ୍ଣ ଜିତିବା ସହ ଏକ ନୂତନ କମନଓ୍ବେଲ୍‌ଥ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ପ୍ରତିଟି ଭାରତୀୟ ଆଥଲେଟ୍ସଙ୍କୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share