Categories: ଖେଳ

ଇତିହାସ ରଚିଲେ ମୀରାବାଇ ଚାନୁ: ଭାରତ ପାଇଁ ଆଣିଲେ ରୌପ୍ୟ ପଦକ

କଲମ୍ବିଆ,୭।୧୨: ବିଶ୍ୱ ଚାମ୍ପିଅନସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ। କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି। ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି।
ବିଶ୍ୱ ଚାମ୍ପିଅନସିପ୍‌ରେ ଏହା ମୀରାବାଇଙ୍କର ଦ୍ୱିତୀୟ ପଦକ। ତେବେ ଚାଇନାର ଭାରତ୍ତୋଳନ ଜିଆଙ୍ଗ ହୁଇହୁଆ ୨୦୬ କିଲୋଗ୍ରାମ ଉଠାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷେ, ଚାଇନାର ହୋଉ ଜିହୁଇ ୧୯୮ କିଲୋଗ୍ରାମ ଉଠାଇ ପୋଡିୟମରେ ପ୍ରବେଶ କରିଛନ୍ତି।
ମୀରାବାଇଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି କହିଛନ୍ତି, ମୀରାବାଇ ପୁଣି ଦେଶକୁ ଗର୍ବିତ କରିଛନ୍ତି।

Share