Posted inଖେଳ

ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ

ପ୍ୟାରିସ,୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ନିରାଶାର ସମ୍ମୁଖୀନ ହେବାକୁ ପଡିଛି। ଟୋକିଓ ଗେମ୍ସରେ ରୌପ୍ୟ ବିଜୟିନୀ ଭାରତୀୟ ଭାରୋତ୍ତୋଳିକା ମୀରାବାଇ ସାଇଖୋମ ଚାନୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ ପଦକ ଜିତି ମିରାବାଇ ଚାନୁ ତାଙ୍କ ଜନ୍ମଦିନକୁ ସୱତନ୍ତ୍ର କରିବାକୁ ଚାହୁଁଥିଲେ। କିନ୍ତୁ ଏହା ହୋଇପାରିଲା ନାହିଁ। ମୀରାବାଇ ଚାନୁ ୮ ଅଗଷ୍ଟ ୧୯୯୪ରେ ମଣିପୁରର କାକଚିଂ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ଚାନୁ ସ୍ନାଚରେ ୮୮ ଓ କ୍ଲିନ ଆଣ୍ଡ ଜର୍କରେ ୧୧୧ କେଜି ଭାରୋତ୍ତଳନ କରି ମୋଟ ୧୯୯ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ହୋଉ ଝିଉଇ ଅଲିମ୍ପିକ୍ସ ରେକର୍ଡ ୨୦୬ କେଜି(୮୯+୧୧୭) ଭାରୋତ୍ତୋଳନ ପ୍ରଥମ ସ୍ଥାନରେ ରହିଥିଲେ। ରୋମାନିଆର କାମ୍ବେଲ ମିହେଲା ଭାଲେଣ୍ଟିନା ୨୦୫ କେଜି(୯୩+୧୧୨) ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟ ପକ୍ଷରେ ଥାଇଲାଣ୍ଡର ଖାମ୍ବୋ ସୁରଦଚନା ୨୦୦ କେଜି(୮୮+୧୧୨) ଭାରୋତ୍ତୋଳନ କରି ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଥିଲେ।
ମୀରାବାଇ ସ୍ନାଚ୍‌ରେ ପ୍ରଥମ ପ୍ରୟାସରେ ୮୫ କେଜି ଭାର ଉଠାଇଥିଲେ। ଦ୍ୱିତୀୟ ପ୍ରୟାସଟି ଫାଉଲ ହୋଇଥିବା ବେଳେ ଅନ୍ତିମ ସ୍ନାଚରେ ସେ ୮୮ କେଜି ଉଠାଇଥିଲେ। ଚାଇନାର ହୋଉ ଝିଉଇ ସ୍ନାଚରେ ୮୯ କେଜି ଓ ରୋମାନିଆର ଭାଲେଣ୍ଟିନା ୯୩ କେଜି ଭାରୋତ୍ତୋଳନ କରିଥିଲେ। କ୍ଲିନ ଆଣ୍ଡ ଜର୍କରେ କିନ୍ତୁ ଚାନୁଙ୍କ ପ୍ରଦର୍ଶନ ଆଖିଦୃଶିଆ ରହି ନ ଥିଲା। ପ୍ରଥମ ପ୍ରୟାସରେ ୧୧୧ କେଜି ଉଠାଇବା ପ୍ରୟାସରେ ଫାଉଲ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସମାନ ୧୧୧ କେଜି ଉଠାଇବା ସହ ଅନ୍ତିମ ପ୍ରୟାସରେ ୧୧୪ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଏହା ଫାଉଲ ହେବା କାରଣରୁ ମାତ୍ର ୧ ପଏଣ୍ଟ ପଛରେ ରହି ପଦକ ହରାଇଥିଲେ ଚାନୁ। ଅନ୍ତିମ କ୍ଷଣ ଯାଏ ରୋମାନିଆ ପ୍ରତିଯୋଗୀ ଆଗୁଆ ରହିଥିଲେ। ତେବେ ଚାଇନା ପ୍ରତିଯୋଗୀ ନିଜ ଅନ୍ତିମ କ୍ଲିନ ଆଣ୍ଡ ଜର୍କରେ ୧୧୭ କେଜିର ଭାରୋତ୍ତୋଳନ କରିବା ସହ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। କ୍ଲିନ ଆଣ୍ଡ ଜର୍କରେ ଏହା ଅଲିମ୍ପିକ୍ସ ରେକର୍ଡ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri