ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଜି.ପୋଖରାଜ

ବାଲିଗୁଡା,୧୨।୮ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ ବୁକ ରେକର୍ଡ ୨୦୨୪ ରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ।

୨୦୨୧ ମସିହା ମାର୍ଚ ୨ତାରିଖରେ ମାତା ମିନତୀ କୁମାର ସ୍ଵାଇଁ ଓ ପିତା ଶିବ ପ୍ରସାଦ ପାଢୀଙ୍କ ପ୍ରଥମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିବା ଜି.ପୋଖରାଜ। ଏକ ବର୍ଷ ବୟସ ରେ କଥା କହିବ ଦିନଠାରୁ ହିଁ ତାର ରହିଥିବା ପ୍ରତିଭାକୁ ଚିହ୍ନି ପାରି ଥିଲେ ତାଙ୍କ ମାତା ମିନତୀ। ମିନତୀ ଘରେ ପୂଜା କରିବା ସମୟରେ ବିଭିନ୍ନ ଶ୍ଳୋକ ପଢୁଥିବା ବେଳେ ପୁଅ ସେହି ଶ୍ଳୋକ ଶୁଣି ଧୀରେ ଧୀରେ ଗୁଣୁ ଗୁଣୁ ଆରମ୍ଭ କରିଥିଲା । ସେହି ଦିନ ଠାରୁ ତାର କିଛି ପ୍ରତିଭା ରହିଥିବା ଜାଣି ପାରି ମା ମିନତୀ ପୁଅକୁ ବିଭିନ୍ନ ପୂଜା ପାର୍ବଣ ,ଗୃହ ପାଳିତ ପଶୁ ,ଫୁଲ ,ଫଳ ,ବିଭିନ୍ନ ଦେଶ ବିଦେଶ ର ନା , ରାଜ୍ୟ ,ଦେଶ ର ରାଜଧାନୀ , ଦେହର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ର ନାମ ସମେତ ୫୧ ପ୍ରକାର ବିଭିନ୍ନ ସାଧାରଣ ଜ୍ଞାନ ସମ୍ପର୍କିତ ବିଷୟକୁ ଜିଭ ଆଗରେ ରଖି ଏବେ ଚର୍ଚା କୁ ଆସିଛନ୍ତି ।

ପୁଅ ଜି.ପୋଖରାଜ ଙ୍କ ବାପା ମା’ ଦୁଇ ଜଣ ସରକାରୀ ଚାକିରି କରୁଥିବା ବେଳେ ପୁଅକୁ ଅଧିକ ସମୟ ଦେଇ ପାରୁନଥିବା କହିବା ସହ ବାପା ଶିବ ପ୍ରସାଦ କହିଛନ୍ତି ପୁଅର ସଫଳତା ପଛରେ ମା’ ମିନତୀର ହିଁ ଉଦମ୍ୟ ରହିଛି । ମୁଁ କେବଳ ବିଭିନ୍ନ ବହି ବଜାରରୁ କିଣି ଆଣିଦେଉଛି । ଜି.ପୋଖରାଜ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇବା ପରେ ଘରେ ଖୁସି ହେବା ସହ ସାହି ପଡିଶା ସାଙ୍ଗ ସାଥି ସବୁଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।ପୁଅର ସାଧାରଣ ଜ୍ଞାନ ସହ ଖେଳ କୁଦ ,ଚିତ୍ର ଆଙ୍କିବା ଭଳି ଅନେକ ପ୍ରତିଭା ରହିଛି । ଆଗାମୀ ଦିନରେ ପୁଅକୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବୁ ବୋଲି ପରିବାର ଲୋକେ କହିଛନ୍ତି ।

Share