Posted inଖେଳ

ମିରାଣ୍ଡା ମୁଖ୍ୟ କୋଚ୍‌ ନିଯୁକ୍ତ

ମିରାଣ୍ଡା, ୪ା୮(ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗୁରୁବାର କ୍ଲିଫର୍ଡ ମିରାଣ୍ଡାଙ୍କୁ ଭାରତୀୟ ୨୩ ବର୍ଷରୁ କମ୍‌ ପୁରୁଷ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଆଇଏଫ୍‌ଏଫ୍‌ର ଟେକ୍‌ନିକାଲ କମିଟି ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପ୍ରଦାନ କରିଛି। ନାଲାପ୍ପାନ ମୋହନରାଜଙ୍କୁ ସହକାରୀ କୋଚ୍‌, ରଘୁବୀର ଖାନଓ୍ବାଲକରଙ୍କୁ ଗୋଲ୍‌ କିପିଙ୍ଗ କୋଚ୍‌ ଏବଂ ଗାଭିନ ଏଲିଆସ ଅରାଉଜୋଙ୍କୁ ଦଳର ଫିଟ୍‌ନେସ୍‌ କୋଚ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ଏଆଇଏଫ୍‌ଏଫ୍‌ ଆହୁରି ମଧ୍ୟ ୨୩ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାୟର୍ସ କାତାର ପାଇଁ ୨୮ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଛି। ଆଇଏମ୍‌ ବିଜୟନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଟେକ୍‌ନିକାଲ କମିଟି ବୈଠକରେ ପିଙ୍କି ବୋମ୍ପାଲ ମଗର, ହରଜିନ୍ଦର ସିଂ, ଅରୁଣ ମାଲହୋତ୍ରା, କ୍ଲାଇମାକ୍ସ ଲରେନ୍ସ, ଇଜନେଶନ ଲିଙ୍ଗ୍‌ଦୋ ଏବଂ ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ ଡାଇରେକ୍ଟର ସୟଦ ଶବିର ପାଶା ପ୍ରମୁଖ ଯୋଗ ଦେଇଥିଲେ। ମିରାଣ୍ଡା ୨୦୦୫ରୁ ୨୦୧୪ ଯାଏ ଜଣେ ମିଡ୍‌ଫିଲ୍ଡର ଭାବେ ଭାରତ ତରଫରୁ ୯ବର୍ଷ ପ୍ରତିନିଧିତ୍ୱ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ଦୁଇ ସାଫ୍‌ ଚାମ୍ପିୟନଶିପ୍‌, ଦୁଇ ନେହେରୁ କପ୍‌ ଟାଇଟଲ ଏବଂ ବ୍ଲ୍ୟୁ ଟାଇଗର୍ସ ସହ ଏକ ଏଏଫ୍‌ସି ଚ୍ୟାଲେଞ୍ଜ କପ୍‌ ଜିତିଛନ୍ତି। କ୍ଲବ ଲେଭଲରେ ସେ ଡେମ୍ପୋ ଏସ୍‌ସି ସହିତ ୫ଥର ଏନ୍‌ଏଫ୍‌ଏଲ/ଆଇ-ଲିଗ୍‌ ଚାମ୍ପିୟନ ହୋଇଛନ୍ତି। ଏକ ଆଇଏସ୍‌ଏଲ୍‌ ଟିମ୍‌ ସହ ପ୍ରମୁଖ ଟାଇଟଲ ଜିତିବାରେ ମିରାଣ୍ଡା ହେଉଛନ୍ତି ପ୍ରଥମ ଭାରତୀୟ କୋଚ୍‌। ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏଫ୍‌ସି କେରଳରେ ସୁପର କପ୍‌ ଜିତିଥିଲା। ଭାରତୀୟ ୨୩ ବର୍ଷରୁ କମ୍‌ ଜାତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହେବା ପରେ ଏଆଇଏଫ୍‌ଏଫ୍‌ ଶାଜି ପ୍ରଭାକରନ ତାଙ୍କୁ ବଧେଇ ଜଣାଇଛନ୍ତି। କ୍ଲିଫର୍ଡଙ୍କ ନେତୃତ୍ୱରେ ଓଡ଼ିଶା ଏଫ୍‌ସି ସୁପର କପ୍‌ ଜିତିଛି। ଭାରତୀୟ ଦଳ ସହ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି। ଚାଇନାର ଦାଲିଆନଠାରେ ସେପ୍ଟେମ୍ବର ୬ରୁ ୧୨ ପର୍ଯ୍ୟନ୍ତ ହେବାକୁଥିବା ୨୩ ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ କପ୍‌ କାତାର କ୍ୱାଲିଫାୟର୍ସକୁ ଆସନ୍ତାବର୍ଷ ପ୍ୟାରିସରେ ହେବାକୁଥିବା ପୁରୁଷ ଅଲିମ୍ପିକ୍ସ ପାଇଁ ଏକ କ୍ୱାଲିଫାୟର୍ସ ଭାବେ ବିବେଚନା କରାଯାଉଛି। ଭାରତୀୟ ଦଳର ପ୍ରସ୍ତୁତି କ୍ୟାମ୍ପ ଅଗଷ୍ଟ ୧୨ରୁ ଭୁବନେଶ୍ୱରରେ ଆରମ୍ଭ ହେବ। ଚାଇନା, ମାଳଦ୍ୱୀପ ଓ ୟୁଏଇ ସହ ଭାରତ ପ୍ରତିଯୋଗିତାର ଗ୍ରୁପ୍‌ ‘ଜି’ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri