Categories: ଫୁରସତ

ଆଇନା ଚିହ୍ନାଇ ଦିଏ ନିଜକୁ …

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ । ପ୍ରଥମେ ନିଜର କ୍ଷମତା ଓ ଦକ୍ଷତାର ଆକଳନ କରି ଭବିଷ୍ୟତ ଯୋଜନାରେ ଆଗକୁ ବଢ଼ିଲେ ସଫଳତା ମିଳିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ନିଜକୁ ବିଶ୍ଲେଷଣ କରିବା ପ୍ରକ୍ରିୟାକୁ ଆତ୍ମନିରୀକ୍ଷଣ କୁହାଯାଇଥାଏ । ଏହା ଦ୍ୱାରା ନିଜ ମଧ୍ୟରେ କେଉଁ ଗୁଣ କମ୍‌ ରହିଛି ତାହା ସହଜରେ ଧରା ପଡିଯାଏ । କେଉଁ ଧାରାରେ କାର୍ଯ୍ୟ କଲେ ତାହା ସୁଷ୍ଠୁଭାବରେ ସମ୍ପାଦିତ ହୋଇପାରିବ ତାହା ମଧ୍ୟ ଜଣାପଡ଼ିଯାଇଥାଏ। ଏହିଭଳି ଭାବେ ନିଜକୁ ଚଳାଇ ପାରିଲେ ଜୀବନରେ ସଫଳତା ମିଳିଥାଏ। ଏଥିପାଇଁ ସପ୍ତାହରେ ଥରେ ଆଇନା ସାମ୍ନାରେ ଠିଆ ହୋଇ ନିଜର ସମୀକ୍ଷା କଲେ ସୁଫଳ ମିଳିଥାଏ ବୋଲି ବୋଲି ଗବେଷକ ସୂଚିତ କରିଛନ୍ତି।

Share