Categories: ଜାତୀୟ

ଘରୁ ମିଳିଲା ‘ମିର୍ଜାପୁର’ ଅଭିନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୨।୧୨: ଲୋକପ୍ରିୟ ଓ୍ବେବ ସିରିଜ ମିର୍ଜାପୁର ପାଇଁ ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତଦେହ ମୁମ୍ବାଇର ଭରସୋଭାସ୍ଥିତ ବାସଭବନରୁ ମିଳିଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ।

ଭିତର ଆଡ଼ୁ ବନ୍ଦ ଥିବା ଘରର ବାଥରୁମର ଚଟଣାରେ ଅଭିନେତାଙ୍କ ମୃତହେଦ ପଡ଼ିଥିଲା। ସେଠାରେ ସେ ଏକା ରହୁଥିଲେ। ପ୍ରାଥମିକ ତଦନ୍ତରୁ ଯାହା ଲାଗୁଛି, ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥାଇପାରେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଅସଲ କାରଣ ଜଣାପଡ଼ିବ। ଏବେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମିର୍ଜାପୁର ଓ୍ବେବ ସିରିଜ୍‌ରେ ଲଲିତ ଭୂମିକା ବ୍ରହ୍ମାଙ୍କୁ ବେଶ ଲୋକପ୍ରିୟତା ଆଣି ଦେଇଥିଲା।

ଓଟିଟି ପ୍ଲାଟଫର୍ମକୁ ମିର୍ଜାପୁର ଭଳି ସିରିଜ୍‌ ଦେଇଥିବା ଆମାଜନ ପ୍ରାଇମ ଭିଡିଓ ଟୁଇଟ୍‌ କରି ଶୋକବ୍ୟକ୍ତ ପ୍ରକାଶ କରିଛି। ”ବ୍ରହ୍ମା ମିଶ୍ର, ଆମ ଲଲିତ। ଆମକୁ ହସେଇବା ଓ କନ୍ଦେଇବା ପାଇଁ ଧନ୍ୟବାଦ୍‌। ବିଶ୍ୱସ୍ତତା ଓ ବନ୍ଧୁ ଭାବେ ଭଲ ପାଇବା ମନେ ପକାଇଥିବାରୁ ଆମେ କୃତଜ୍ଞ। ସର୍ବଦା ହୃଦୟରେ ରହିବ। ଆରଆଇପି ବ୍ରହ୍ମା ମିଶ୍ରା।

ବ୍ରହ୍ମାଙ୍କ କୋଷ୍ଟାର ତଥା ମିର୍ଜାପୁରରେ ମୁନା ତ୍ରିପାଠୀ (ମୁନ୍ନା ଭୟା) ଭୂମିକାରେ ନଜର ଆସିଥିବା ଦିବ୍ୟେନ୍ଦୁ ଲେଖିଛନ୍ତି, ଆମ ଲଲିତ ଆଉ ନାହାନ୍ତି।

Share