Categories: ଜାତୀୟ

ଅସଦାଚରଣରୁ ଗୁଳିକାଣ୍ଡ: ୧୦ ଆହତ

ମାହୋବା (ୟୁପି),୧୬ା୧୦: ଉତ୍ତରପ୍ରଦେଶର ମାହୋବା ଜିଲାର ବେନ୍ଦୋ ଗ୍ରାମରେ ଅସଦାଚରଣକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୭ ଜଣଙ୍କୁ ମାହୋବା ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବି.ଏ. ବଢ଼ୁଥିବା ଜଣେ ଛାତ୍ରୀଙ୍କୁ ଜିତେନ୍ଦ୍ର ତିଓ୍ବାରୀ ନାମକ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଜିତେନ୍ଦ୍ର ଓ ତାଙ୍କ ବାପା ଅଭିଯୋଗକାରୀ ଛାତ୍ରୀଙ୍କ ଘରେ ପହଞ୍ଚତ୍ ଗୁଳି ଚଳାଇବାରୁ ୧୦ ଜଣ ଆହତ ହୋଇଥିଲେ। ଛାତ୍ରୀଙ୍କ କହିବା ଅନୁଯାୟୀ ସେ କଲେଜ ଯାଉଥିବାବେଳେ ସପ୍ତାହେ ହେଲା ଜିତେନ୍ଦ୍ର ତାଙ୍କୁ ବାଟରେ ହଇରାଣ କରିଆସୁଥିଲେ।

Share