Advertisement

ସ୍ତ୍ରୀ ଓ ଝିଅଙ୍କୁ ଅସଦାଚରଣ; ସ୍ବାମୀ ଓ ପୁଅଙ୍କ ନାଁ ରେ ମକଦ୍ଦମା

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନ ଏକ ଗାଁରେ ସ୍ତ୍ରୀ ଓ ବିଧବା ଝିଅଙ୍କୁ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରାଯିବା ସହ ଉଭୟଙ୍କୁ ଅସଦାଚରଣ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଏନେଇ ସୋମବାର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୨୦/୨୫ ଅନୁଯାୟୀ ସ୍ବାମୀ ମାଧବ ଚନ୍ଦ୍ର ସ୍ବାଇଁ ଓ ପୁଅ ରୋସନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ସୂଚନାଥାଉ କି, ପାରିବାରିକ ବିବାଦକୁ ନେଇ ଘଟଣା ଘଟିଛି। ରବିବାର ରାତି ପ୍ରାୟ ସାଢ଼େ ୮ ଟାରେ ସ୍ତ୍ରୀଙ୍କୁ ସ୍ବାମୀ ମାଧବ ଓ ପୁଅ ରୋସନ ମାଡ଼ ମାରିବା ସହ ଟଣାଓଟରା କରିଥିଲେ। ଝିଅ ଛଡ଼ାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଉଭୟେ ଅସଦାଚରଣ କରିଥିବା ଏତଲାରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share